ପୁରୀ: ପୁରୀ ସମୁଦ୍ର କୁଳ ବ୍ଲୁ ଫ୍ଲାଗ୍ ବିଚ୍ କୁ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଳାଭୂମି ସୁରକ୍ଷା ସମିତି ବୈଠକରେ ଯୋଗଦେଇଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ପୁରୀ ସମୁଦ୍ରକୂଳ ବ୍ଲୁ ଫ୍ଲାଗ୍ ବିଚ୍ ଯୋଜନାକୁ ସମାଲୋଚନା କରିଥିଲେ।
ବ୍ୟବସାୟୀ ମାନେ ସମୁଦ୍ର ଉପରେ ନିର୍ଭର କରି ଚଳନ୍ତି। ହେଲେ ବ୍ଲୁ ଫ୍ଲାଗ୍ ବିଚ୍ ହେବା ଦ୍ୱାରା ସମୁଦ୍ରକୂଳରେ ବେପାର କରୁଥିବା ହଜାର ହଜାର ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି ବୋଲି ସୁର କହିଛନ୍ତି।
ଯଦି ସରକାର ଗରିବଙ୍କ ବ୍ୟବସାୟ ଓ ପେଟ ପାଟଣା କଥା ଚିନ୍ତା ନ କରନ୍ତି। ଆଗାମୀ ଦିନରେ ବିଧାନସଭାରେ ଏ ବିଷୟରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।