ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମର ସର୍ଭେ

Top Storise ରାଜ୍ୟ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ ଆକଳନ କରିଛି ଟିମ୍ । ଏହି ସମୟରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।ପରେ ଏହି ଟିମ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *