ସସ୍‌ପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

Top Storise ଦେଶ- ବିଦେଶ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍‌ପେଣ୍ଡ୍‌ କରାଯାଇଛି। ନିକଟରେ କଙ୍ଗନା ଟୁଇଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ମନ୍ତବ୍ୟ ଦେଇଥିଲେ।

ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଜିତିବା ପରେ କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କରିଥିଲେ। ଏହାପରେ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

କଙ୍ଗନା ଟୁଇଟ୍‌ କରି କହିଛନ୍ତି ଯେ, ବିଜେପି ଜିତିଥିବା ଆସାମ ଏବଂ ପୁଡୁଚେରୀରୁ କୌଣସି ହିଂସା ରିପୋର୍ଟ ହୋଇନାହିଁ। କିନ୍ତୁ ବଙ୍ଗଳାରେ ଟିଏମସି ଜିତିବା ପରେ “ଶହ ଶହ ହତ୍ୟା ଏବଂ # ବେଙ୍ଗଲିସ୍‌ବର୍ନିଂ” ଦେଖିବାକୁ ମିଳିଛି।

ଏହାଛଡା ସେ ତାଙ୍କ ଟ୍ବିଟ୍‌ରେ ଜବାହାରଲାଲ୍‌ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *