ରୋଡ ମ୍ୟାପ ପରେ ଓଡିଶା ଫେରିଲେ ବିଜେପି ସଭାପତି, କହିଲେ କିଏ ହେବେ ପ୍ରାର୍ଥୀ
ଦିଲ୍ଲୀ ଗସ୍ତରେ ଯାଇ ରାଜ୍ୟ ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହାଛଡ଼ା ଶ୍ରୀ ସାମଲ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ସାଧାରଣ ସଂପାଦକ ବି.ଏଲ୍ ସନ୍ତୋଷ, ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବନସଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ଦଳର ଜାତୀୟ ମୁଖ୍ୟାଳୟରେ ହୋଇଥିବା ଏହି ଆଲୋଚନାରେ ଝାରସୁଗୁଡ଼ା ଉପନିର୍ବାଚନ, ଓଡ଼ିଶାରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବା ଓ ଭବିଷ୍ୟତ ରଣନୀତି ଆଦି ଉପରେ ଆଲୋଚନା ହୋଇଥିଲା।
Continue Reading