ଭୁବନେଶ୍ୱର: ଦିନକୁ ଦିନ ବଦଳୁଛି ସମୟ । ସମୟ ସହ ବଦଳିଲାଣି ଲୋକମାନଙ୍କ ଚିନ୍ତାଧାରା । ଆଜିର ଆଧୁନିକ ଯୁଗରେ ସମସ୍ତେ ସ୍ମାର୍ଟ ଦେଖାଯିବା ସହ ଅପଡେଟ୍ ହେଲେଣି ଲୋକେ । ମୋବାଇଲ ଫୋନର ସ୍ମାର୍ଟ ଫିଚର ପରି ନିଜ ଶରୀରର ଅଙ୍ଗରେ ଅନେକ ପ୍ରକାରର ଟାଟୁ କରି ନିଜକୁ ସ୍ମାର୍ଟ ଦେଖେଇ ମେଣ୍ଟେନ୍ କରିବାକୁ ପସନ୍ଦ କଲାଣି ନୂତନ ପିଢି । ପୁରୁଷ କୁହନ୍ତୁ ବା ମହିଳ ଆଜିକାଲି ସମସ୍ତେ ଯେ କୌଣସି ସମୟ ହେଲେ ବି ଟାଟୁ କରୁଛନ୍ତି । କିନ୍ତୁ ଆପଣ ହୁଏତ ଜାଣି ନଥିବେ ଏକ୍ସପର୍ଟଙ୍କ ମତ ଅନୁସାରେ ଏହାକୁ କରିବାର ଉପଯୁକ୍ତ ସମୟ ହେଉଛି ଶୀତଦିନ । କାରଣ ଶୀତଦିନେ ଚର୍ମ ଶୁଖିଲା ରହିଥାଏ ଓ ଝାଳ ମଧ୍ୟ ବୋହେ ନାହିଁ ଯାହା ଟାଟୁକୁ ଖୁବ୍ ଶୀଘ୍ର ଶୁଖିବାରେ ସାହାଯ୍ୟ କରିଥାଏ।ଏହାସହ ଟାଟୁ କଲାବେଳେ କଷ୍ଟ ମଧ୍ୟ କମ୍ ଜଣାପଡେ ।ଯଦି ଆପଣ ବର୍ଷାଦିନେ ଟାଟୁ କରୁଛନ୍ତି ତେବେ ଏହା ଇନ୍ଫେକ୍ସନ୍ ମଧ୍ୟ ହୋଇପାରେ । ଏପରିକି ଏହାକ ଶରୀରରୁ ରିମୁଭ କରିବାକୁ ପଡିପାରେ । ସବୁଠାରୁ ବଡ କଥା ହେଉଛି ଯଦି ଆପଣଙ୍କ ସ୍କିନ୍ ସେନସେଟିଭ୍ ହୋଇଥାଏ ।ତେବେ ଏହା ଆପଣଙ୍କ ପାଇଁ ଖୁବ୍ ବିପଦଜ୍ଜନକ । ଏହା ବ୍ୟତୀତ ଏହି ଟାଟୁକୁ ଶରୀରରୁ ଲିଭାଇବାକୁ ବା ରିମୁଭ କରିବାକୁ ଖୁବ୍ ବେଶୀ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଅନେକ ସମୟରେ ପ୍ରଫେସନାଲ୍ ଟାଟୁ ଆର୍ଟିଷ୍ଟମାନେ ରିମୁଭ୍ ନକରି କଭର୍ ଅପ୍ ଟାଟୁ ବା ସେହି ଟାଟୁ ଉପରେ ଅନ୍ୟ ଏକ ନୂତନ ଟାଟୁ ଆଙ୍କିବାକୁ ପରାମର୍ଶ ଦେଇଥାନ୍ତି । କେହିକେହି ଏହି ଟାଟୁକୁ ନେଇ ଖୁବ୍ ଉତ୍ସାହିତ ଥିବା ବେଳେ ଆହୁରି ଅନେକ ଏପରି ବି ଅଛନ୍ତି ଯେଉଁମାନେ ଏହାକୁ ସହଜରେ ଗ୍ରହଣ କରୁ ନାହାନ୍ତି । କିନ୍ତୁ ଟାଟୁ କରିବା ପୂର୍ବରୁ ସର୍ବଦା ଧ୍ୟାନ ରଖନ୍ତୁ, ଏହି ଟାଟୁକୁ କେବଳ ସଠିକ୍ ତାମିଲପ୍ରାପ୍ତ ବା ପ୍ରଫେସନାଲ୍ ଟାଟୁ ଆର୍ଟିଷ୍ଟଙ୍କ ପାଖରେ କରିବା ଉଚିତ । ଏହାସହ ଡାକ୍ତରଙ୍କ ସହ ପରାମର୍ଶ ନିହାତି କରନ୍ତୁ ।
