କଲମ୍ବୋ: ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୨୬ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୨୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ପୃଥ୍ୱୀ ଶ (୪୯), ସଞ୍ଜୁ ସାମସନ (୪୬), ସୂର୍ଯ୍ୟକୁମାର ଯାଦବ (୪୦) ରନର ଇନିଂସ ଖେଳିଥିଲେ ।
ଶ୍ରୀଲଙ୍କା ସ୍ପିନର ପ୍ରବୀଣ ଜୟବିକ୍ରମା ଓ ଅଙ୍କିଲା ଧନଞ୍ଜୟ ୩ଟି ଲେଖାଁଏ ଉଇକେଟ ଅକ୍ତିଆର କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ବର୍ଷା ଯୋଗୁ ମ୍ୟାଚକୁ ୪୭ ଓଭର ବିଶିଷ୍ଟ କରାଯାଇଛି । ଏହି ମ୍ୟାଚ ମାଧ୍ୟମରେ ଭାରତର ୫ଜଣ ଖେଳାଳି ସଞ୍ଜୁ ସାମସନ, ନୀତିଶ ରାଣା, ଚେତନ ସାକାରିଆ, କେ.ଗୌତମ ଓ ରାହୁଲ ଚହର ଏହି ମ୍ୟାଚ ମାଧ୍ୟମରେ ଡେବ୍ୟୁ କରିଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି ।