ବିଜୟପୁରା: ମାର୍କେଟରେ ଗଣ୍ଡଗୋଳ କରିଛନ୍ତି ଭାରତୀୟ ମହିଳା ଦଳର ନିୟମିତ ସଦସ୍ୟ ରାଜେଶ୍ୱରୀ ଗାଏକ୍ୱାଡ। କର୍ଣ୍ଣାଟକାର ବିଜୟପୁରାରେ ଗୋଟିଏ ସୁପର ମାର୍କେଟରେ ଗାଏକ୍ୱାଡ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି। ସେ ଏଠାକୁ କିଛି କଷମେଟିକ କିଣିବାକୁ ଯାଇଥିଲେ।
ଏହି ସମୟରେ ଦୋକାନରେ ଥିବା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତତର୍କ ପରେ ଗାଏକ୍ୱାଡ ମାର୍କେଟରୁ ଚାଲି ଯାଇଥିଲେ। କିନ୍ତୁ ଗାଏକ୍ୱାଡଙ୍କ କିଛି ଲୋକ ମାର୍କେଟରେ ପହଞ୍ଚିଥିଲେ। ସେମାନେ ଦୋକାନ ଭିତରେ ପଶି କର୍ମଚାରୀମାନଙ୍କୁ ମାଡ଼ ମାରିଥିଲେ।

ଗାଏକ୍ୱାଡ ହେଉଛନ୍ତି ଭାରତୀୟ ମହିଳା ଦଳର ବାମହାତୀ ସ୍ଲୋ ଅର୍ଥଡକ୍ସ ବୋଲର। ୨୦୧୪ ଜାନୁଆରୀ ୧୯ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ। ୨୦୧୭ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ଭାରତୀୟ ଦଳର ସଦସ୍ୟ ମଧ୍ୟ ସେ ରହିଥିଲେ।

