ଚଣ୍ଡୀଗଡ଼ : ନୂଆ ପଞ୍ଜାବ କ୍ୟାବିନେଟରେ ଶପଥ ନେଲେ ଆପର ୧୦ ଜଣ ବିଧାୟକ । ଆଜି ଚଣ୍ଡିଗଡ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି । ଶନିବାର ଦିନ ୧୧.୧୦ ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ଆଜି ଶପଥ ଗ୍ରହଣ କରିଥିବାଆପ୍ ବିଧାୟକ ମାନେ ହେଉଛନ୍ତି ହରପାଲ ସିଂହ ଚୀମା , ଡାକ୍ତର ବଲଜିତ କୌର ,ଡାକ୍ତର ବିଜୟ ସିଙ୍ଗଲା, ହରଭଜନ ସିଂହ , ଲାଲଚାନ୍ଦ କାଟରୁଚକ୍ , ଗୁରମୀତ୍ ସିଂହ ମୀତ ହାୟର , କଲୁଲଦୀପ ସିଂହ ଧାଲିୱାଲା , ଲାଲଜିତ୍ ସିଂହ ଭୁଲୁର , ହରିଓତ ସିଂହବେନସ୍ ଓ ବ୍ରାମ୍ ଶଙ୍କେର୍ । ଏହି ଶପଥ ଗ୍ରହଣ ଉତ୍ସବ ବହୁ ସମୟ ଧରି ଚାଲିଥିଲା ।
