ଖ୍ରୀଷ୍ଟମାସ ପରେଡ୍‌ ବେଳେ ଭୟଙ୍କର ଅଘଟଣ; ବୟସ୍କ ଓ ଶିଶୁଙ୍କ ଉପରେ ମାଡିଗଲା ଗାଡି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ମିଲ୍‌ୱାକି ଉପକଣ୍ଠରେ ରବିବାର ଦିନ ଖ୍ରୀଷ୍ଟମାସ ପରେଡରେ ସାମିଲ୍‌ ହୋଇଥିବା ଲୋକଙ୍କ ଉପରେ ଏସୟୁଭି ମାଡିଯାଇଥିଲା। ଏହି ଗାଡି ୪୦ ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥିବା ଜଣାପଡ଼ିଛି। ନଗର ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଜଣଙ୍କୁ ଗିରଫ କରାଯାଇଛି, କିନ୍ତୁ ଏହାର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୧ ଜଣ ବୟସ୍କ ଏବଂ ୧୨ ଜଣ ଶିଶୁ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ ପୋଲିସ ମଧ୍ୟ ଗାଡିଟିକୁ ଜବତ କରିଛି ଏବଂ ତଦନ୍ତ ଜାରି ରହିଛି।

ଘଟଣାର ଏକ ଭିଡିଓରେ, ଏକ ଏସୟୁଭି ବ୍ୟାରିକେଡ୍‌ ଭାଙ୍ଗିବା ସହ ପରେଡ ବାହାରକୁ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିବାର ନଜର ଆସିଛି। ଅନେକ ଲୋକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ୟାରେଡ୍ ଲାଇଭ୍ କରୁଥିଲେ, ଏହି କାରଣରୁ ଅନେକ ଲୋକ ଏହି ଭୟଙ୍କର ଘଟଣାକୁ ଲାଇଭ୍ ମଧ୍ୟ ଦେଖିଥିଲେ।

Leave a Reply

Your email address will not be published. Required fields are marked *