କାବୁଲରେ ଭୟଙ୍କର ବିସ୍ପୋରଣ : ୧୯ ମୃତ ୫୦ ରୁ ଅଧିକ ଆହତ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲ ଉପରେ ଭୟଙ୍କର ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତାଲିବାନର ଡେପୁଟି ମୁଖପାତ୍ର ବିଲାଲ କରିମି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।ଆକ୍ରମଣ କିପରି ହେଲା ଜଣାପଡ଼ିନଥିବା ବେଳେ ,ଏହି ଆକ୍ରମଣ ପଛରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍‌ଙ୍କ ହାତ ଥିବା ମଧ୍ୟ କୁହାଯାଉଛି ।

Leave a Reply

Your email address will not be published. Required fields are marked *