କରୋନାରେ ପୂର୍ବତନ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ଭି ଚନ୍ଦ୍ରଶେଖରଙ୍କ ପରଲୋକ

Top Storise ଦେଶ- ବିଦେଶ

ଚେନ୍ନାଇ: ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ତଥା ପୂର୍ବତନ ଅନ୍ତର୍ଜାତୀୟ ପ୍ୟାଡଲର ଭି ଚନ୍ଦ୍ରଶେଖରଙ୍କ କରୋନାରେ ଦେହାନ୍ତ ହୋଇଛି। ସେ ୩ଥର ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ହୋଇଥିଲେ।

ସେ କରୋନା ସଂକ୍ରମିତ ହେବା ପରେ ଏବଂ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଆକ୍ରାନ୍ତ ହୋଇଥିବା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା।

ଅନେକ ଉଚ୍ଚ ସ୍ତରୀୟ ଖେଳାଳି ଯେପରିକି ଏସ୍ ରମଣ, ଅରୁଲ ସେଲଭି, ଚେତନ ବାବୁର, ଏନଆର୍‌ ଇନ୍ଦୁ, ଏମ୍‌ଏସ୍‌ ମୈଥିଲୀ, ଜି ସାଥିୟାନ୍ ଏବଂ କିଶୋର ପ୍ରିୟେଶ, ସୁରେଶ ରାଜ ପ୍ରମୁଖ ତାଙ୍କ ଅଧୀନରେ ତାଲିମ ନେଇଥିଲେ।

ପ୍ରାୟ ୨୦ ବର୍ଷ ପୂର୍ବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଅବସର ନେବା ପରେ ଚନ୍ଦ୍ରଶେଖର ଯୁବ ପ୍ୟାଡଲରମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ରିପୋର୍ଟରେ କୁହାଯାଇଛି ଯେ ତାମିଲନାଡୁର ସ୍ପୋର୍ଟସ୍ ଡେଭଲପମେଣ୍ଟ ଅଥରିଟିର ଆରୁମ୍ବକାମରେ ଏବଂ ପରେ ମୋଗାପେୟାରରେ ସେ ତାଙ୍କ ଏକାଡେମୀ ପ୍ରତିଷ୍ଠା କରିଥିଲେ।

Leave a Reply

Your email address will not be published. Required fields are marked *