ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର ଦାସ ଦେଇଥିଲେ । ସ୍ବର୍ଗତ ପରଶମଣି ଜଣେ ଅମାୟିକ ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ କିନ୍ତି ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ ଥିଲେ ପରଶମଣି । ସେ ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ଗାନ କରୁଥିଲେ ।

