ଆସନ୍ତା ୭ରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି

Top Storise ରାଜ୍ୟ

ଭୁବନେଶ୍ବର : ଆସନ୍ତା ୭ ତାରିଖରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି । ମହାମାରୀ କରୋନା ସଂକ୍ରମଣ କାରଣରୁ ଗତ ଜାନୁଆରୀ ୧୭ ତାରିଖରୁ ବନ୍ଦ ଥିଲା ଭୁବନେଶ୍ବର ଏମ୍‌ସର ଓପିଡି ସେବା । ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ଓପିଡିକୁ ଆସନ୍ତା ୭ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ବର ଏମ୍‌ସ କର୍ତ୍ତୃପକ୍ଷ ।

ଏମସ ଓପିଡି ଖୋଲିବା ପାଇଁ ବାରମ୍ବାର ଦାବି ହେଉଥିଲା । ତେଣୁ ସବୁ ଦିଗକୁ ବିଚାର କରି ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ଏମସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍‌ମିସନ ଏବଂ ଓଟି ଗୁଡିକ କାର୍ଯ୍ୟକାରୀ ହେବ । କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କହିଛନ୍ତି ମୁବନେଶ୍ବର ଏମସ କର୍ତ୍ତୃପକ୍ଷ । ଜାନୁଆରୀ ମାସରେ ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ବର ଏମସର ଓପିଡିକୁ ବନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *