ବିଶ୍ୱ ପାଇଁ ଏବେ ସବୁଠୁ ବଡ଼ ବିପଦ ଡେଲ୍‌ଟା ପ୍ରଜାତି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହେଉଛି କରୋନାର କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ। ଏହା କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ଯାହାକୁ ଏବେ ବିଶ୍ବ ସାମ୍‌ନା କରୁଛି। ଅନେକ ଦେଶରେ ଡେଲ୍‌ଟା ପ୍ରଜାତି ଯୋଗୁ ଜଟିଳ ସ୍ଥିତି ମଧ୍ୟ ଉପୁଜିଛି।

କରୋନାର ‌ଯେକୌଣସି ପ୍ରଜାତିର ସଂକ୍ରମଣରୁ ସୁରକ୍ଷା ଲାଗି ଟିକାକରଣ ଅତ୍ୟନ୍ତ ଜରୁରୀ। ଯେଉଁମାନେ ଟିକାକରଣରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଡେଲଟା ଭାରିଆଣ୍ଟର ଦ୍ରୁତ ବିସ୍ତାର ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ଅତି ସହଜରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ଯାହା ଫଳରେ ଏହା ସଂକ୍ରମଣର ହାରକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ପୂର୍ବ ପ୍ରଜାତି ଅପେକ୍ଷା ଏହା ଅଧିକ ଟିକା ଦିଆଯାଇଥିବା ଲୋକଙ୍କୁ ସଂକ୍ରମିତ କରିବାରେ ସକ୍ଷମ ବୋଲି ଦାବି କରାଯାଉଛି। ଏହାଛଡା ଡେଲ୍‌ଟା ପ୍ରଜାତିର ଦ୍ରୁତ ସଂକ୍ରମଣର ଗତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।

Leave a Reply

Your email address will not be published. Required fields are marked *