ଭଦ୍ରକ : ଭଦ୍ରକ ରାହାଞ୍ଜ ନିକଟ ବାସୁଳି ଢ଼ାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଏକ ବାଇକ୍ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର କାଳିଆ ପଣ୍ଡା ଓ ତାଙ୍କ ସାଙ୍ଗ କାଳନ୍ଦୀ ଓଝା । ଏବଂ ଗୁରୁତର ହୋଇ କଟକ ଯାଇଥିବା ଯୁବକ ହେଲେ ଶିବାନନ୍ଦ ବେହେରା ।
ସୂଚନା ଅନୁସାରେ, ବାଇକରେ ଏହି ୩ ଜଣ ଯୁବକ ନିଜ ଘରୁ ବାହାରି ୧୬ ନମ୍ବର ଜାତୀୟ ରାଜପଥରେ ଆସୁଥିବା ବେଳେ ହଠାତ୍ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ୩ ଗୁରୁତରଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଥିବା ଶିବାନନ୍ଦଙ୍କୁ କଟକ ପଠାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି ।