ଭାରସାମ୍ୟ ହରାଇ ବ୍ରିଜତଳେ ପଡ଼ିଲେ ବାଇକ୍ ଆରୋହୀ

Top Storise ରାଜ୍ୟ

ଭୁବନେଶ୍ୱର: ଜୟଦେବ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳକୁ ଖସିପଡ଼ିଲେ ଯୁବକ । ଆଜି ସକାଳେ ଜୟଦେବ ବିହାର ସ୍ଥିତ ଓଭରବ୍ରିଜ ଉପରୁ ଜଣେ ଜଣେ ବାଇକ୍ ଆରୋହୀ ଖସି ପଡ଼ି ଗୁରୁତର ହୋଇଛନ୍ତି । ବ୍ରିଜ ତଳେ ଥିବା ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ ।

ସୂଚନା ଅନୁସାରେ, ବାଇକ୍ ଆରୋହୀ ଯୁବକ ଜଣକ ରସୁଲଗଡ଼ରୁ ବରମୁଣ୍ଡା ପଟେ ଆସୁଥିଲେ । ଏହି ସମୟରେ ଜୟଦେବ ବିହାର ବ୍ରିଜ ଉପରୁ ସେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ । ତାଙ୍କ ବାଇକଟି ଓଭରବ୍ରିଜ ଉପରେ ଥିବାବେଳେ ଯୁବକ ଜଣକ ତଳକୁ ଖସି ପଡ଼ିଥିଲେ । ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ପରିଚୟ ମିଳି ପାରି ନଥିବା ଜରାପଡ଼ିଛି ।

Leave a Reply

Your email address will not be published. Required fields are marked *