ମାସେ ଯାଏଁ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ ବିଜେଡି

Top Storise ରାଜ୍ୟ

ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ମାସେ ଯାଏଁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ ବିଜେଡି । ମହାମାରୀ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ନିୟୋଜିତ ରହିବା ସହ ପରିବାରର ସଦସ୍ୟ ଭଳି ସୁଖଦୁଃଖର ସାଥୀ ହୋଇ ଆସିଛେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

କୋଭିଡ୍ ମହାମାରୀର ଭୟାବହତା ସମୟରେ ଆପଣମାନେ ଅସୀମ ଦୃଢ଼ତା ପ୍ରଦର୍ଶନ କରି ପ୍ରତ୍ୟେକ ଘରର ସଦସ୍ୟମାନଙ୍କ ନିକଟରେ ଠିଆ ହୋଇ ଧୌର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେଇ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟା ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହିତ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତ୍ରୀ ଏବଂ ୧୧ ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରିବା ସହିତ ଗାନ୍ଧୀ ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ଦଳର କର୍ମୀ, ବିଭିନ୍ନ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଆପଣମାନେ କୋଭିଡ୍ ନିୟମ ପାଳନ ପୂର୍ବକ ଏହିଭଳି ଗୁରୁତ୍ୱପୂର୍ଣ୍ଣ ସମାଜସେବା କାର୍ଯ୍ୟକ୍ରମକୁ ହାତକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *