ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

Top Storise ରାଜ୍ୟ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିଲୁ। ଯଦି ସରକାରଙ୍କ ସହ ରହି କାମକଲେ ସମସ୍ୟାର ସମାଧନ ହେବ ତେବେ, ଆମେ ସରକାରଙ୍କ ସହ ରହିବା ଉଚିତ। ତେଣୁ ବିଜେଡିରେ ସାମିଲ ହୋଇଛନ୍ତି ସିପିଆଇ ନେତାମାନେ।

ସେପଟେ ନବ ବିଜେଡିରେ ମିଶିବା ଦ୍ୱାରା ବିଜେଡି ଆହୁରୀ ସୁଦୃଢ ହେବ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେଡି ସାଂସଦ ସୁବାସ ସିଂ ଙ୍କ ବାସଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନ୍ୟାନ୍ୟ ବିଜେଡି ନେତା ମାନେ ଉପସ୍ଥିତ ଥିଲେ। ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସାନମଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରୀତିରଞ୍ଜନ ରାୟ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କର ୭୦ ଜଣ ସମର୍ଥକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଆହୁରୀ ସୁଦ୍ରୁଢ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *