ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ଏମଏସପିରେ ବୃଦ୍ଧି କଲେ କେନ୍ଦ୍ର ସରକାର

Top Storise ରାଜ୍ୟ

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି କରାଯାଇଛି।

ବୃଦ୍ଧି ପରେ ଗହମ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୨,୦୧୫ ଟଙ୍କା ମୂଲ୍ୟରେ କ୍ରୟ କରାଯିବ। ଏହା ବ୍ୟତୀତ ସୋରିଷର ଏମଏସପି କ୍ୱିଣ୍ଟାଲ ପ୍ରତି ୪୦୦ ଟଙ୍କା ବୃଦ୍ଧି କରି ୫,୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି (ସିସିଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବାର୍ଲିର ଏମଏସପି କ୍ୱିଣ୍ଟାଲ ପିଛା ୩୫ ରୁ ୧୬୩୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଚଣାର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୩୦ ରୁ ୫,୨୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମସୁର ଡାଲିର ଏମଏସପି ୪୦୦ ଟଙ୍କା ବୃଦ୍ଧି କରିବା ପରେ ଏହା କ୍ୱିଣ୍ଟାଲ ପିଛା ୫,୫୦୦ ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି କେନ୍ଦ୍ର ସରକାର ସୋରିଷର ଏମଏସ୍‌ପିକୁ ୪୦୦ ଟଙ୍କା ବଢ଼ାଇଛନ୍ତି। ପୂର୍ବରୁ ୧ କ୍ୱିଣ୍ଟାଲ ସୋରିଷ ବିକ୍ରି କରି ଚାଷୀମାନେ ୪,୬୫୦ ଟଙ୍କାରେ ପାଉଥିଲେ। ଏବେ ଏହା ୫,୦୫୦ ଟଙ୍କା ହୋଇଛି। ସେହିପରି ବାର୍ଲି ଉପରେ ଏମଏସ୍‌ପି ୩୫ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ପରେ ଚାଷୀମାନେ କ୍ୱିଣ୍ଟାଲ ବାର୍ଲି ବିକ୍ରି କରି ୧୦୩୫ ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *