ମୋ ବସ୍‌ର ଅତ୍ୟାଧୁନିକ ଡିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Top Storise ରାଜ୍ୟ

ଭୁବନେଶ୍ବର : ଉଦଘାଟିତ ହୋଇଛି ମୋ ବସର ଦୁଇଟି ଅତ୍ୟାଧୁନିକ ଡିପୋ । ପଟିଆ ଓ ଭଗବାନପୁରରେ ଥିବା ମୋ ବସ୍‌ର ଦୁଇଟି ଡିପୋକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅତ୍ୟାଧୁନିକ ଡିପୋରେ ମେସିନ୍‌ ଜରିଆରେ ବସ୍ ପରିଷ୍କାର କରାଯିବା ସହ ବସରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି ।

ପଟିଆ ବସ ଡିପୋରେ ଖର୍ଚ୍ଚ ହୋଇଛି ୨୧ କୋଟି ୨୬ ଲକ୍ଷ ଟଙ୍କା । ସେହିପରି ଭଗବାନପୁର ବସ ଡିପୋରେ ୨୦ କୋଟି ୫୯ ଲକ୍ଷ ଟଙ୍କା ନିବେଶ ହୋଇଛି । ପଟିଆ ବସ ଡିପୋରେ କ୍ରୁଟର ଅଫିସ ମଧ୍ୟ କାର୍ଯ୍ୟ କରିବ । ଉଭୟ ବସ ଡିପୋ ରାଜ୍ୟର ସବୁଠୁ ଉନ୍ନତ ବସ ଡିପୋ, ଯେଉଁଠି ସବୁ ସୁବିଧା ଉପଲବ୍ଧ ହେବ । ଏବେ କ୍ରୁଟ ୨୨୫ଟି ବସ ଚଳାଉଛି । ଆଗାମୀ ୬ ମାସ ମଧ୍ୟରେ ଆଉ ୧୦୦ଟି ବସ ଯୋଡ଼ିବ କ୍ରୁଟ । ଏଥିରେ ୫୦ଟି ଇ-ବସ ଓ ୫୦ଟି ରିଫର୍ବିଶଡ଼ ବସ ଚାଲିବ । ଏହାଛଡ଼ା ଆଗାମୀ ୩ରୁ୪ ମାସରେ ପାଇଲଟ ପ୍ରକଳ୍ପ ଆଧାରରେ ଭୁବନେଶ୍ବରରେ ୪୫ରୁ ୫୦ ଇ-ରିକ୍ସା ଚଲାଇବ କ୍ରୁଟ । ଏହା ବସ ଷ୍ଟପେଜରୁ ବିଭିନ୍ନ ସ୍ଥାନକୁ ଫିଡର ସେବା ଭାବେ ଚଳାଚଳ କରିବ ।

Leave a Reply

Your email address will not be published. Required fields are marked *