ଭୁବନେଶ୍ୱର: ଓମିକ୍ରନ ଭ୍ୟାରିଆଣ୍ଟ ରାଜ୍ୟରେ ଚିହ୍ନଟ ପରେ ଲୋକଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସତର୍କ କରିବା ସହ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ପ୍ରତିଟି ଜୀବନ ମୂଲ୍ୟବାନ । ଜନସାଧାରଣଙ୍କ ସହଯୋଗରେ କୋଭିଡ଼ର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ମୁକାବିଲା କରିପାରିଛି ।
ଏଥିପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତି ଆବଶ୍ୟକ ନହେଲେ ଭିଡ଼କୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ସହଯୋଗ କଲେ ଓମିକ୍ରନ ଲହରକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି ।
ଅନ୍ୟ ଦେଶମାନଙ୍କରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ସତର୍କ ରହିବାକୁ ପଡ଼ିବ । ସଚେତନ ହେଲେ ଓମିକ୍ରନ ଭୟକୁ ଏଡ଼ାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।