ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

Top Storise ଦେଶ- ବିଦେଶ ରାଜ୍ୟ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ।

‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ ସୁଯୋଗ ରହିଛି ତାହା ଉପରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ । ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୁମ୍ବାଇ ପରେ ବେଙ୍ଗାଳୁରୁରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ହେବାର କାର୍ଯ୍ୟକ୍ରମ ରହିଛି । ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ବିଦେଶର ବହୁ ଶିଳ୍ପପତିମାନେ ଓଡିଶାରେ ଯେପରି ଅଧିକରୁ ଅଧିକ ପୁଞ୍ଜିନିବେଶ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍ ମାଧ୍ୟମରେ ପୁଞ୍ଜିପତିଙ୍କୁ ଭେଟୁଛନ୍ତି ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।

Leave a Reply

Your email address will not be published. Required fields are marked *