ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ

Top Storise ରାଜ୍ୟ

ବରଗଡ଼ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ।ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଜେପୁର ବ୍ଲକ ଗଣ୍ଡପାଲି ନିକଟସ୍ଥ ମିନି ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି।୩ ଲକ୍ଷ ୬୩ ହଜାର BSKY କାର୍ଡ ବଣ୍ଟନ କରିବେ ନବୀନ।ସେପଟେ ବରଗଡ଼ ମିନିଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଆସିବାକୁ କାର୍ଯ୍ୟକ୍ରମ ଥିବା ବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଷ୍ଟାଡିୟମ ପରିସରରେ କାର୍ଯ୍ୟକ୍ରମକୁ ତଦାରଖ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।୬ ଜଣ ଡିଏସପି,୧୫ ଜଣ ଇନିସ୍ପେକ୍ଟର,୨୦ ଜଣ ସବଇନିସ୍ପେକ୍ଟର ଓ ୪୦ ଜଣ ଏସ୍ଆଇ ମୃତୟନ ହୋଇଥିବା ବେଳେ ସଗ୍ ଟିମ, ଡିଭିବି,ସିଆରପିଏଫ୍ ମଧ୍ୟ ମୃତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପୁର ବାସୀ ବେସ୍ ଉତ୍ସାହିତ ଅଛନ୍ତି।

Leave a Reply

Your email address will not be published. Required fields are marked *