ଧମକ ଦେଉଛନ୍ତି କଲେଜ ଅଧ୍ୟକ୍ଷ, ଭିଡିଓ ଭାଇରାଲ୍‌

Top Storise ରାଜ୍ୟ

ପୋଲସରା: ଛାତ୍ରୀ ରାଗିଂକୁ ନେଇ ଚର୍ଚ୍ଚାରେ ଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି କଲେଜ ଅଧ୍ୟକ୍ଷଙ୍କ ଦାଦାଗିରି। ସେ ଛାତ୍ରଛାତ୍ରୀଙ୍କୁ ଖୁଲମ୍‌ଖୁଲା ଦେଉଛନ୍ତି ଧମକ। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ କେଉଁ ପରିସ୍ଥିତିରେ ସେ ଏପରି କହିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଗତ କିଛି ଦିନ ହେଲା ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ର ଧମକ ଦେଉଥିବା ଦେଖିବାକୁ ମିଳିଛି। ଭାଇରାଲ୍‌ ଭିହିଓରେ ସେ କହୁଛନ୍ତି, “ପଚିଶି ବର୍ଷ ହେଲା ମୁଁ ଏହି କଲେଜରେ କାମ କରୁଛି। ମୋ’ ସହିତ ଯୁକ୍ତି କଲେ ଖତ କରିଦେବି। କିଏ ବି ପିଠିରେ ପଡିବନି।” ଏମିତି ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି।

ସୂଚନା ପ୍ରକାଶ, କିଛି ଦିନ ତଳେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଜଣେ ଛାତ୍ର ନିର୍ମାଣ ଶ୍ରମିକ ଛାତ୍ରଛାତ୍ରୀ ବୃତ୍ତି ଆବେଦନ କରିବା ପାଇଁ ଅଧ୍ୟକ୍ଷଙ୍କ ନିକଟକୁ ଯାଇଥିଲେ। ସେହି ସମୟରେ ଅଧ୍ୟକ୍ଷ ତାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡ଼ିଓରେ ଦେଖୁବାକୁ ମିଳିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଛାତ୍ର ଜଣକ ନିଜ କ୍ୟାରିୟରକୁ ନେଇ ଭୟଭୀତ ରହିଥିବା ଓଡ଼ିଶା ରିପୋର୍ଟର ପ୍ରତିନିଧିଙ୍କୁ କହିଛନ୍ତି।

ସେପଟେ ଘଟଣାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *