ରଙ୍ଗ ଦେଖାଉଛି ତାଲିବାନ, ମହିଳାଙ୍କୁ କରୁଛି ସେକ୍ସ ଗୁଲାମ

Top Storise ଦେଶ- ବିଦେଶ

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ପ୍ରଭୂତ୍ୱ ବଢ଼ାଇବାରେ ଲାଗିଛି । ଏଥିସହ ପୁରୁଣା ରଙ୍ଗ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ତାଲିବାନ ଯୁବକମାନେ ମହିଳାମାନଙ୍କୁ ଅପହରଣ କରିନେଇ ସେକ୍ସ ଗୁଲାମ କରି ରଖୁଛନ୍ତି । ପ୍ରମୁଖ ତାଲିବାନ ନେତା ୧୨ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛି ।

ଏହି ଭୟରେ ଅନେକ ମହିଳା ନିଜ ଜୀବନକୁ ବାଜି ଲଗାଇ ଦେଶ ଛାଡି ପଳାଉଛନ୍ତି । କଠୋର ଶରିୟା କାନୁନ ଲାଗୁ ହେବା ଆରମ୍ଭ ହୋଇଯାଇଛି । ତାଲିବାନ ଦେଶର ୬୫ ପ୍ରତିଶତ ଅଂଚଳ ହାତମୁଠାକୁ ନେଇ ସାରିଛି । ଅବଦୁଲ ଗାନି ସରକାର ସେନା ମୁଖ୍ୟ ମହମ୍ମଦ ଅହମଦଜାଇଙ୍କୁ ପଦରୁ ହଟାଇଦେଇଛି । ଏଥି ସହ ଜେନରାଲ ହୈବତୁଲ୍ଲା ଅଲୀଜଇଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *