କମିଶନରେଟ୍ ପୋଲିସର ‘ପ୍ରାରମ୍ଭ’ ଯୋଜନା ଆରମ୍ଭ

Top Storise ରାଜ୍ୟ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଆରମ୍ଭ ହେଲା ନୂତନ ଯୋଜନା ‘ପ୍ରାରମ୍ଭ’। ଟ୍ୱିନ ସିଟିର ନାବାଳିକା ନାବାଳିକା ଝିଅମାନଙ୍କୁ ଗୋପନରେ ବିବାହ ଓ ପଳାୟନରୁ ନିବୃତ୍ତ କରିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିପଦରୁ ମୁକ୍ତି ପାଇଁ ଭୁବନେଶ୍ୱର-କଟକ ପୋଲିସ ଏହି ନୂତନ ପଦକ୍ଷେପ ଆରମ୍ଭ କରିଛି।

ଏହାର ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମରେ ତଥା ସୋସିଆଲ ମିଡ଼ିଆରେ ସଚେତନତା ସୃଷ୍ଟି କରିବା, ବିଶେଷ କରି ବସ୍ତିରେ ସୋସିଆଲ ମିଡ଼ିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ବିଷୟରେ ବିଦ୍ୟାଳୟ, କଲେଜରେ କର୍ମଶାଳା ଆୟୋଜନ କରିବା, ଉଦ୍ଧାର ପରେ ପୀଡ଼ିତା ଏବଂ ତାଙ୍କ ପରିବାରକୁ ପରାମର୍ଶ ଦେବା ଭଳି କାର୍ଯ୍ୟ କରାଯିବ।

କିସ୍ ଏବଂ ଏସ୍.ଏନ ମହାନ୍ତି ଫାଉଣ୍ଡେସନ୍ କମିଶନରେଟ୍ ପୋଲିସ ସହିତ ସହଯୋଗ ଯୋଗାଇ ଦେଇଛନ୍ତି। ରଗବି ଇଣ୍ଡିଆର ଅଭିନେତା-ନିର୍ଦ୍ଦେଶକ ତଥା ବୋର୍ଡ଼ ସଦସ୍ୟ ରାହୁଲ ବୋଷ ମଧ୍ୟ ଏହି ଅଭିଯାନକୁ ସମର୍ଥନ ଜଣାଇଛନ୍ତି।

ଅପହରଣ ଏବଂ ନିଖୋଜ ଥିବା ସେଲ ଏପର୍ଯ୍ୟନ୍ତ ୨୪୧ ନିଖୋଜ ଝିଅକୁ ଉଦ୍ଧାର କରିଛି। ଭୁବନେଶ୍ୱର ନଗର ପୋଲିସ ଜିଲ୍ଲା(ୟୁପିଡ଼ି)ରେ ଗତ ୬ମାସ ମଧ୍ୟରେ ୨୯୫ଅପହରଣ ଅଭିଯୋଗ ତଦନ୍ତ ଶେଷ କରିଥିଲୁ। ପ୍ରାରମ୍ଭ ଯୋଜନାରେ ଅଭିଯୋଗ କରିବା ପାଇଁ ହେଲ୍ପଲାଇନ ନମ୍ବର ରହିଛି। ୨୫୪୫୪୪୫ ନମ୍ବରରେ ଯୋଗାଯୋଗ କରିହେବ।

Leave a Reply

Your email address will not be published. Required fields are marked *