ଭିଏତନାମରୁ ଚୀନ ଆସିଥିବା ଡ୍ରାଗନ ଫଳରେ କରୋନା ଭାଇରସ

Top Storise ଦେଶ- ବିଦେଶ

ବେଜିଂ: ଭିଏତନାମରୁ ଚୀନ ବଜାରକୁ ଆସିଥିବା ଡ୍ରାଗନ ଫଲରେ କରୋନା ଭାଇରସ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରି ଦେଶର ସମସ୍ତ ସୁପରମାର୍କେଟକୁ ବନ୍ଦ କରି ଦିଆଯାଇଛି । ଖାଦ୍ୟ, ପଦାର୍ଥରୁ କରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳି ନ ଥିବାରୁ ଚୀନ ସରକାର ଏ ନେଇ ତଦନ୍ତ ଆରମ୍ଭ କରିଛି ।

ଡ୍ରାଗନ ଫ୍ରୁଟ କିଣିଥିବା ଏବଂ ବିକ୍ରୟ କରିଥିବା ବ୍ୟକ୍ତିମାନଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଡିସେମ୍ବର ୨୦୨୦ରେ ପ୍ରଥମ ଥର ପାଇଁ ଡ୍ରାଗନ ଫ୍ରୁଟରୁ କରୋନା ଭାଇରସ ମିଳିଥିଲା । ଦ୍ୱିତୀୟ ଥର ଏ ଭଳି ଘଟଣା ଘଟିବାରୁ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଏହାର ଇମ୍ପୋର୍ଟ ଉପରେ ଚୀନ ସରକାର କଟକଣା ଲଗାଇଛି ।

Leave a Reply

Your email address will not be published. Required fields are marked *