କୁର୍ତାର ଦାମ୍‌ ୨.୫ ଲକ୍ଷ!

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କୁର୍ତ୍ତାର ଦାମ୍‌  ୨.୫ ଲକ୍ଷରୁ ଅଧିକ। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଜଣେ ଟୁଇଟର ବ୍ୟବହାରକାରୀ ଏକ ପୋଷ୍ଟରେ ଏହି ଖବରକୁ ସେୟାର କରିଛନ୍ତି। ଏହାପରେ ଏହି ପୋଷ୍ଟଟି ବେଶ୍‌ ଭାଇରାଲ ହୋଇଥିଲା।

ଏହି ନିର୍ଦ୍ଦିଷ୍ଟ ଟ୍ୱିଟର ବ୍ୟବହାରକାରୀ ‘ଗୁସି’ ବୋଲି ଏକ ଅନ୍ତର୍ଜାଜୀୟ ଫ୍ୟାସନ୍‌ ୱେବସାଇଟରୁ ଏହି କୁର୍ତାର ସ୍କ୍ରିନସଟ ପୋଷ୍ଟ କରିଥିଲେ।

ସୂଚନା ଅନୁଯାୟୀ ଏହି କୁର୍ତ୍ତା ଗୁସି ୱେବସାଇଟରେ “ଫ୍ଲୋରାଲ୍ ଏମ୍ବ୍ରୋଡେରୀ ଅର୍‌ଗାନିକ୍‌ ଲାଇଲନ୍ କାଫ୍ଟାନ୍” ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଏହାର ମୂଲ୍ୟ ୩୫୦୦ ଡଲାର ରହିଛି। ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୨,୫୫,୮୭୮ ଟଙ୍କା। ଏହା ଏକ ଅଫ୍ ଡ୍ବାଇଟ୍‌ ରଙ୍ଗର ଲାଇଲନ୍ କୁର୍ତ୍ତା। ଯେଉଁଥିରେ ଫ୍ଲୋରାଲ୍‌ ଏମ୍ବ୍ରୋଡୋରୀ ହୋଇଛି।

Leave a Reply

Your email address will not be published. Required fields are marked *