”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

Top Storise ମନୋରଞ୍ଜନ

ଦିଲ୍ଲୀ :ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ’’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ” ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ କରାଯାଇଛି ।ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ ନିର୍ମଲ ଖାନ୍ନା ତାଙ୍କ ସ୍ୱାମୀଙ୍କୁ ଦର୍ଶାଯାଇଥିବାର ଦୃଶ୍ୟ ମଧ୍ୟ ଅପସାରଣ କିମ୍ବା ସଂଶୋଧନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫିଲ୍ଲଟି ରିଲିଜ ହେବାର ପୂର୍ବରୁ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି । ୧୯୯୦ ମସିହା ଜାନୁଆରୀ ୨୫ ରବି ଖାନ୍ନା ଏବଂ ତାଙ୍କ ସମର୍ଥକଙ୍କୁ ଶ୍ରୀନଗରରେ ଗୁଳିକରି ହତ୍ୟା କରାଯାଇଥିଲା ।ଏହି ଘଟଣା ଜେ କେ ଏଲ୍ ଏଫ୍ ର ଲିଡର ୟାସିନ ମଲିକ ସମେତ କିଛି ଲୋକ କରିଥିଲେ ।ଜାମ୍ମୁ ଅତିରିକ୍ତ ଜଜ୍ ଦୀପକ ସେଠୀ କହିଛନ୍ତି ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଆଧାର କରି ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ’ର କିଛି ସିନକୁ ନେଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁୁଭିରେ ଅନେକ ବଲିଉଡ୍ କଳାକାର ଅଭିନୟ କରିଥିବା ବେଳେ ଏହି ମୁଭିରେ ଅନୁପମ ଖେରଙ୍କୁ ଦରମଦାର ରୋଲରେ ଦେଖିବାକୁ ପାଇବେ ଦର୍ଶକ ।

Leave a Reply

Your email address will not be published. Required fields are marked *