ଜିଲ୍ଲା ବିଜେପି ପକ୍ଷରୁ ସରକାରଙ୍କୁ ଦିଆଗଲା ୪୭ ୟୁନିଟ୍ ରକ୍ତ

Top Storise ରାଜ୍ୟ

କେନ୍ଦୁଝର : ଗୋଟିଏ ପଟେ କରୋନାର କରାଳ ରୂପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୁର୍ତ୍ତୀ ଉପଲକ୍ଷେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି ।

ରକ୍ତଦାନ ସମୟରେ ସମସ୍ତ କର୍ମକର୍ତ୍ତା

ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଆହ୍ୱାନ କ୍ରମେ ମୋଦି ସରକାରଙ୍କ ସାତ ବର୍ଷ ପୂର୍ତ୍ତି ଶାସନକୁ ସେବା ହିଁ ସଂଗଠନ ନାଁରେ ପାଳିତ ହୋଇଛି । ଜିଲ୍ଲା ବିଜେପି ସଭାପତି ଶ୍ରୀ ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ ଶିବିରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ଜିଲ୍ଲା କାର୍ଯ୍ୟାଳୟ ସହ ସମ୍ପାଦକ ଜୟଦେବ ଗିରି, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତଥା ସରପଞ୍ଚ ମାନସ ନାଏକ, ସିଲପଦା ସମିତି ସଭ୍ୟ ଶିବାଜୀ ଗୌତମ ମହାନ୍ତ ବର୍ମା, ସାହାରପଡା ଚେୟାରମ୍ୟାନ ରମ୍ଭାବତୀ ଦେହୁରୀ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ ଏବଂ ଅକ୍ଷୟ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଜିଲ୍ଲା ସମ୍ପାଦକ ରୁଦ୍ର ପ୍ରସାଦ ବେହେରା, ସୁରେଶ ଚନ୍ଦ୍ର ମହାନ୍ତ, ସନ୍ଦୀପ ବେହେରା ପ୍ରମୁଖ ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସହ ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ସମ୍ପାଦକ ଦୀପକ ଜେନା, ଶିବ କୁମାର ରାଠୋର ଏବଂ ଲୀଳାବତୀ ଫୁତକାର, କୋଷାଧ୍ୟକ୍ଷ ହରିହର ମହାନ୍ତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ମିତ୍ରଭାନୁ ମହାକୁଡ଼, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଆକାଶ ସାହୁ, ନଗର ସଭାପତି ପ୍ରିୟବ୍ରତ ଜେନା, ଟୁଟୁନ ବାରିକ, ନିର୍ମଳ ପରିଡା ଏବଂ ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର, ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *