ବିଭିନ୍ନ ଦାବି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଯୁବ ସଭାପତି

Top Storise ରାଜ୍ୟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ହେମରଞ୍ଜନ ବାରିକ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜନଜାତି କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ରେ ଭେଟି 1. କେନ୍ଦୁଝର ରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, 2. ଚମ୍ପୁଆ ଉପଖଣ୍ଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାପନ କରିବା, 3. କେନ୍ଦୁଝର ଜିଲ୍ଲାର ଆର୍ଟଚେରୀ ଏବଂ ଫୁଟବଲ ଖେଳାଳି ଙ୍କ ନିମନ୍ତେ SAI ସେଣ୍ଟର ଖୋଲିବା ପାଇଁ ସ୍ମାରକ ପତ୍ର ଦେଇଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଜରିଆରେ ସେ କେନ୍ଦ୍ର ପ୍ରତିରକ୍ଷ୍ୟା ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ରାଜନାଥ ସିଂ ଙ୍କୁ କେନ୍ଦୁଝର ରେ ସୈନିକ ସ୍କୁଲ ପ୍ରତିଷ୍ଠା କରିବା ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ମାନନୀୟ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଙ୍କୁ କେନ୍ଦୁଝର ଜିଲ୍ଲାର ଅନେକ ଦିନର ଦାବୀ ତଥା କେନ୍ଦୁଝରିଆଙ୍କ ହକ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୃଥକ ପୃଥକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ସମସ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ପଠାଇ ନିଜ ସ୍ତରରେ ଅବଗତ କରିବା ସହ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *