ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ ହୋଇଛି ।ରମେଶ ରିମାଣ୍ଡ ସମୟରେ ଭୁଲ ତଥ୍ୟ ଦେଉଥିବା ଓ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗରେ ପଲିଗ୍ରାଫ୍ ଟେଷ୍ଟ ହେବ । ଏନେଇ ରମେଶ ସ୍ୱାଇଁ ମଧ୍ୟ ସହମତି ପ୍ରକାଶ କରିଛି । ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ ଫରେନସିକ୍ ଲ୍ୟାବରେ ହେବ ପଲିଗ୍ରାଫ୍ ଟେଷ୍ଟ । ଫିଙ୍କ୍ ଟିମ୍ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା।
ସୂଚନା ଅନୁସାରେ ନିଜକୁ ଜଣେ ଡାକ୍ତର ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ୧୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଛି। ପୂର୍ବରୁ ସେ ୧୪ ଜଣ ମହିଳାଙ୍କର ସ୍ୱାମୀ ବୋଲି ଜଣାପଡ଼ିଥିଲା। ଏବେ ଯାଏଁ ସେ ୧୭ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି। ।ହେଲେ ତଦନ୍ତରେ ସେ ସହଯୋଗ କରୁନଥିବାରୁ ତାଙ୍କର ପଲିଗ୍ରାଫ୍ ଟେଷ୍ଟ ହେବ ବୋଲି ଜଣାପଡିଛି ।

