ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

Top Storise ରାଜ୍ୟ

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ 2ଶହ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଂଚାୟତ ହାଇସ୍କୁଲର ଛାତ୍ର ମାନେ  ।

ରାଜ୍ୟ ଶିକ୍ଷା ବିଭାଗ ଶିକ୍ଷାର ବିକାଶ ପାଇଁ ନାନା ଯୋଜନା କରୁଛନ୍ତି  । ସେଥିପାଇଁ ଶିକ୍ଷା  କ୍ଷୋତ୍ରରେ ସ୍ୱଚ୍ଚତା ଆଣିବା ପାଇଁ ୫Tର ବେବସ୍ଥା କରାଯାଇଛି  । ସ୍କୁଲକୁ ପିଲା ଆସିବା ପାଇଁ ବିଭିନ୍ନ ମାଗଣା ଯୋଜନା ପ୍ରସ୍ତୁତ କରୁଛନ୍ତି  ସରକାର  । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଂଚାୟତ ହାଇସ୍କୁଲରେ  ।

ଏହି ସ୍କୁଲରେ  ମେଟ୍ରିକ ସାର୍ଟିଫିକେଟ ପାଇଁ ଦେବାକୁ ପଡେ ୨ଶହ ଟଙ୍କା  । ଛାତ୍ରଛାତ୍ରୀ ମାନଙ୍କ ଠାରୁ ମ୍ୟାଟ୍ରିକ ପାସ ସାର୍ଟିଫିକେଟ ଦେବା ବଦଳ ରେ ଜୋର ଜବରଦସ୍ତ ୨ଶହ ଟଙ୍କା ଲେଖାଏଁ ନିଆଯାଉଛି ଏବଂ ଟଙ୍କା ନ ଦେଲେ ସାର୍ଟିଫିକେଟ ଦିଆଯିବ ନାହିଁ ବୋଲି ସିଧା ସିଧା ମନା କରୁଛନ୍ତି ସ୍କୁଲ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ  । ଏଭଳି ଏକ ଭିଡିଓ ଏବେ ସୋସିଲା ମିଡିଆରେ ଭାଇରାଲ ହେବାକୁ ଲାଗିଛି ।ଏମିତି କି ସାର୍ଟିଫିକେଟ ନେବା ପାଇଁ ଆସିଥିବା ଛାତ୍ର ୨୦୦ ଟଙ୍କା ନ ଦେଇ ପାରିବାରୁ ସ୍କୁଲରୁ ସାର୍ଟିଫିକେଟ ନ ନେଇ ଫେରି ଯାଇଛନ୍ତି। ଛାତ୍ରଛାତ୍ରୀ ମାନେ ପଇସା ଦେବା ପରିବର୍ତ୍ତେ ସାର ଙ୍କୁ ରସିଦ ମାଗିବାରୁ ସ୍କୁଲ ଡେଭଲପମେଣ୍ଟ ନାଁ ରେ ରସିଦ ଦିଆଯାଉଛି ବୋଲି  ସେହି ସ୍କୁଲ ଶିକ୍ଷକ କହିଛନ୍ତି  । ଏ ବିଷୟ ରେ ଆମେ ପ୍ରଧାନ ଶିକ୍ଷକ ଙ୍କୁ ପଚାରିଥିଲୁ ସାର ଆମକୁ କହିଲେ କି ସ୍କୁଲ ଡେଭଲପମେଣ୍ଟ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ପାଇସା ନେବାର ନିୟମ ରହିଛି।

ଛାତ୍ରଛାତ୍ରୀ ମାନଙ୍କ ଠାରୁ ମ୍ୟାଟ୍ରିକ ପାସ ସାର୍ଟିଫିକେଟ ଦେବା ବଦଳ ରେ ଜୋର ଜବରଦସ୍ତ ବିନା ରସିଦରେ ୨୦୦ ଟଙ୍କା ଲେଖାଏଁ ନିଆଯାଉଥିବାରୁ ସ୍କୁଲ ଛାତ୍ରମାନେ ବିରୋଧ କରିଥିଲେ  । ସାର୍ଟିଫିକେଟ ଦେବା ବଦଳ ରେ ଜୋର ଜବରଦସ୍ତ ଟଙ୍କା ଆଦାୟ ହେଉଥିବାର ଖବର ପାଇବା ପରେ  ସ୍ଥାନୀୟ ଯୁବକ ମାନେ ସ୍କୁଲ  ଶିକ୍ଷକଙ୍କୁ ବିରୋଧ କରି ପ୍ରତିବାଦ କରିଥିଲେ  ।

Leave a Reply

Your email address will not be published. Required fields are marked *