ପ୍ରଧାନମନ୍ତ୍ରୀ ଇ- ଶ୍ରମ କାର୍ଡ ଜରିଆରେ ମିଳିବ ପ୍ରଥମ କିସ୍ତି ଟଙ୍କା: ଏମିତି କରନ୍ତୁ ଚେକ୍

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ ଶ୍ରମ କାର୍ଡ ପ୍ରଚଳନ କରାଯାଇଥିଲା। ଏହି କାର୍ଡ ଜରିଆରେ ବର୍ତ୍ତମାନ ଶ୍ରମିକ ମାନଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ପ୍ରତି କିସ୍ତିରେ ୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ନିୟମ ରହିଛି। ତେବେ ଏକା ସାଥିରେ ଜାନୁଆରୀ ଓ ଫେବୃୟାରୀ ମାସର କିସ୍ତି ସରକାର ଏକ ସାଙ୍ଗରେ ପ୍ରଦାନ କରୁଛନ୍ତି।

https://eshram.gov.in/home ୱେବସାଇଟ ମାଧ୍ୟମରେ ପଞ୍ଜିକରଣ କରିଥିଲେ ଏହି ସୁବିଧା ମିଳି ପାରିବ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଏକକାଳୀନ ଦୁଇଟି ଯାକ କିସ୍ତିର ଅର୍ଥ ରାଶି ପ୍ରଦାନ କରାଯିବ। ଡିସେମ୍ବର ୩୧, ୨୦୨୧ ପୂର୍ବରୁ ଏହି ସାଇଟରେ ପଞ୍ଜିକରଣ କରିଥିଲେ ହିଁ ଅର୍ଥରାଶି ପାଇ ପାରିବେ ବୋଲି କୁହାଯାଇଛି।

କେମିତି ଚେକ୍ କରିବେ: ଆସନ୍ତା ୨-୩ ଦିନ ମଧ୍ୟରେ ଏହି ଟଙ୍କା ଆକାଉଣ୍ଟକୁ ଆସିବ। https://eshram.gov.in/home ୱେବସାଇଟ ଜରିଆରେ ଆପଣ ଚେକ୍ କରି ପାରିବେ। ଦ୍ବିତୟତଃ ଆପଣଙ୍କ ରେଜିଷ୍ଟର ନମ୍ବରକୁ ମେସେଜ ଆସିବା ପରେ ଆପଣ ଉଠାଇ ପାରିବେ। ଅଥବା ଆପଣ ନିକଟସ୍ଥ ବ୍ୟାଙ୍କ ଯାଇ ମଧ୍ୟ ଚେକ୍ କରି ପାରିବେ।

Leave a Reply

Your email address will not be published. Required fields are marked *