ନୂଆଦିଲ୍ଲୀ: ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରବିବାର ସ୍ୱଦେଶୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୁ’ ସହ ଯୋଡ଼ି ହୋଇଛନ୍ତି । ସେ ନିଜର ପ୍ରଥମ ପୋଷ୍ଟରେ ନୂଆ ଆଇଟି ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ନୂଆ ନିୟମ ସବୁକୁ ୟୁଜର୍ ମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ କରାଯାଇଛି ।
ପ୍ରଥମ ପୋଷ୍ଟରେ ସେ ଲେଖିଛନ୍ତି ଯେ, ମୁଁ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ର କାର୍ୟ୍ୟକାରିତା ଏବଂ ଅନୁପାଳନକୁ ସମୀକ୍ଷା କରିଛି। ନୂତନ ନିୟମ ୟୁଜର୍ ଙ୍କୁ ସଶକ୍ତିକରଣ ଏବଂ ସୁରକ୍ଷା ଦେବ । ଭାରତରେ ଏକ ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ପରିବେଶ ସୃଷ୍ଟି ହେବ ।