ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ, ଗାଁ ମୁହାଁ ଜଙ୍ଗଲ ଜୀବ

Top Storise ରାଜ୍ୟ

କେନ୍ଦୁଝର : ଜଳୁଛି ଜଙ୍ଗଲ । ଖରାଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି । କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅନ୍ତର୍ଗତ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯାଇଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବାବେଳେ ବନ୍ୟଜନ୍ତୁଙ୍କ ଜୀବନ ସଂକଟ୍ଟାପନ୍ନ ହୋଇପଡିଛି । ଜଙ୍ଗଲ ଜଳୁଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ଗାଁ ଭିତରକୁ ପଶିଆସୁଛନ୍ତି ଜଙ୍ଗଲି ଜନ୍ତୁ ।

କହିବାକୁ ଗଲେ ନିଆଁ ଲାଗିବା ଯୋଗୁ ବନ୍ୟଜନ୍ତୁଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଛି। ଏହି ବନ୍ୟଜନ୍ତୁ ସବୁ ଗାଁ ହୋଇଥିବା ବେଳେ ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି।

ଗତ ୪ଦିନ ହେଲା ନିଆଁ ଲାଗିଥିବାବେଳେ ବନ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ କରିଛି । ଜଙ୍ଗଲରେ ଏହି ନିଆଁ ଲାଗିବା ଫଳରେ ଏକାଧିକ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଶାଳ, ପିଆଶାଳ, ଶାଗୁଆନ, ଶିଶୁ ଆଦି ଗଛ ନିଆଁରେ ନଷ୍ଟ ହୋଇଛି ।

ସେହିପରି କେତେ ବନ୍ୟଜନ୍ତୁ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ । ଆଗକୁ ବନବିଭାଗ ଏଦିଗରେ ପଦକ୍ଷେପ ନନେଲେ ଜଙ୍ଗଲ ନିଆଁଁ ବଡ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *