ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ସରକାର

Top Storise ରାଜ୍ୟ

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ରାଜ୍ୟ ସରକାର । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ତହସିଲ୍ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦ ଦେଶରେ ୯ ଏକର ୬୫୮ ଡିସିମିଲ୍ ଜାଗା ବିନା ମୂଲ୍ୟରେ ସରକାର ଯୋଗାଇ ଦେବେ ।

୯ ଏକର ୬୫୮ ଡିସିମିଲ୍ ଜମିରେ ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ହେବ । ରାଜ୍ୟ ସରକାର ଏହି ଜମିକୁ ବିନା ମୂଲ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଦେବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *