ରେଷ୍ଟୁରାଣ୍ଟ, ବାର୍, ଜିମ୍ ଓ ସ୍ପା ଉପରେ ଲାଗିଥିବା କଟକଣା ହଟାଇଲା ହରିୟାଣା ସରକାର

Top Storise ଦେଶ- ବିଦେଶ

ଗୁରୁଗ୍ରାମ: ମହାମାରୀ କରୋନା ପାଇଁ ବାର୍, ରେଷ୍ଟୁରାଣ୍ଟ, ଜିମ୍, ସ୍ପା ଓ କ୍ଲବ ହାଉସ ଉପରେ ଲାଗିଥିଲା କଟକଣା। ହରିୟାଣା ସରକାର ଏହି କଟକଣାକୁ ହଟାଇଦେଇଛନ୍ତି। ବର୍ତ୍ତମାନ ଏଗୁଡ଼ିକ ପୂର୍ଣ୍ଣ କ୍ଷମତାର ସହ ଚାଲିବ। କଟକଣା ହଟିଥିଲେ ମଧ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ କୁହାଯାଇଛି। ସିନେମା ହଲ ଓ ମଲ୍ଟିପ୍ଲେକ୍ସ ମଧ୍ୟ ୧୦୦ପ୍ରତିଶତ କ୍ଷମତାର ସହ ଚାଲିବ ବୋଲି ସରକାର କହିଛନ୍ତି।

ରାଜ୍ୟରେ କିଛି ସପ୍ତାହ ହେଲା ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଆବାସିକ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପିଲା କେମିତି କ୍ୟାମ୍ପସକୁ ପର୍ଯ୍ୟାୟକ୍ରମେ ଆସିବେ, ତାର ଯୋଜନା କରିବାକୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସରକାର କହିଛନ୍ତି, କିଛି ନିର୍ଦ୍ଧିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନରୁ କଟକଣା ହଟିଥିଲେ ମଧ୍ୟ ୨୮ ନଭେମ୍ବର ଯାଏଁ ରାଜ୍ୟରେ ଲକଡ଼ାଉନ୍ ଜାରି ରହିବ।

ଆମେ ଗତ ଦେଢ଼ ବର୍ଷ ମଧ୍ୟରେ ବହୁତ କ୍ଷତି ସହିସାରିଛୁ। ଯେତେବେଳେ ଖୋଲିଥିଲୁ ୫୦ପ୍ରତିଶତ କ୍ଷମତାରେ ଚାଲୁଛି। ସରକାରଙ୍କ ନିଷ୍ପତିରେ ଆମେ ଖୁସି ଥିବା କହିବା ସହ କୋଭିଡ଼୍ କଟକଣା ମାନି ଖୋଲିବୁ ବୋଲି ମିରଜ ସିନେମାର ରିଜିଓନାଲ ମୁଖ୍ୟ ସଞ୍ଜୟ ବଡ଼ଜାତିୟା କହିଛନ୍ତି। ବନ୍ଦ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ଜଣ ଓ ଖୋଲା ସ୍ଥାନରେ ୫୦୦ଜଣ ଏକାଠି ହୋଇପାରିବେ।

Leave a Reply

Your email address will not be published. Required fields are marked *