ଭୁବନେଶ୍ଵର: ରାଜ୍ୟକୁ କେନ୍ଦ୍ର ଦେଉଥିବା ଟିକା ଯୋଗାଣର ନିୟମ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଟିକାରୁ ରାଜ୍ୟ ସରକାର ସିଧାସଳଖ ୭୫ ପ୍ରତିଶତ ହାରରେ ଟିକା କମ୍ପାନିଠାରୁ କିଣିପାରିବେ। ଏବଂ ୨୫ ପ୍ରତିଶତ ଟିକା ରାଜ୍ୟର ଘରୋଇ ହସପିଟାଲ କିଣିପାରିବେ। କିନ୍ତୁ ରାଜ୍ୟରେ ଲୋକ ଅନୁପାତରେ ସେତିକି ଘରୋଇ ହସପିଟାଲ ନାହିଁ। ଫଳରେ ରାଜ୍ୟକୁ ମିଳିବାକୁ ଥିବା ଟିକା ପୂରା ରାଜ୍ୟକୁ ମିଳିବ ନାହିଁ। ଘରୋଇ ହସପିଟାଲକୁ ୨୫ ପ୍ରତିଶତ ମିଳିବାର ଥିଲେ ମଧ୍ୟ ସେତିକି ଡାକ୍ତରଖାନା ନ ଥିବାରୁ କିଣିପାରିବେ ନାହିଁ। ଫଳରେ ରାଜ୍ୟ ପାଇଁ ଥିବା ଏହି ୨୫ ପ୍ରତିଶତ ଟିକାରୁ ରାଜ୍ୟ ତାର ପ୍ରାପ୍ୟ ହରାଇବ। ତେଣୁ ଏହାକୁ ୭୫:୨୫ ବଦଳରେ ୯୫:୫ ଅନୁପାତକୁ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ପୂର୍ବରୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଏହି ନିୟମର ଅସୁବିଧା ସମ୍ପର୍କରେ କେନ୍ଦ୍ରକୁ ଜଣାଇଥିଲେ।
