ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ଦଳକୁ ଫେରିଲେ ପୂଜାରା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ତେବେ କାଉଣ୍ଟି କ୍ରିକେଟରେ ଶାନଦାର ପ୍ରଦର୍ଶନ କରିଥିବା ସିନିୟର ଖେଳାଳି ଚେତେଶ୍ୱର ପୂଜାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇ ସାରିଥିବା ବେଳେ ଏବେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଟିମ୍ ଘୋଷଣା କରାଯାଇଛି ।

ଟେଷ୍ଟ ଟିମ୍ ପାଇଁ ରୋହିତ ଶର୍ମା ଅଧିନାୟକ ରହିଥିବା ବେଳେ ଦଳକୁ ପୂଜାରା ଓ ଶୁଭମନ ଗିଲ ଫେରିଛନ୍ତି । ସେହିପରି ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସମୟରେ ପୂଜାରା ଆଘାତ ଜନିତ କାରଣରୁ ଦଳରୁ ବାଦ୍ ପଡ଼ିଥିଲେ । ମାତ୍ର କାଉଣ୍ଟି କ୍ରିକେଟରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେ ୮ଟି ଇନିଂସରେ ୧୨୦ ଆଭରେଜରେ ମୋଟ ୭୨୦ ରନ୍ ସଂଗ୍ରହ କରିଥିଲେ ।

ଭାରତୀୟ ଟେଷ୍ଟ ଟିମ୍: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଶାର୍ଦୁଲ ଠାକୁର, ମହମ୍ମଦ ଶାମୀ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣା ।

Leave a Reply

Your email address will not be published. Required fields are marked *