ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି ।
ସମସ୍ତ ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟ ନିର୍ବାଚନ ଆୟୋଗଙ୍କ ହସ୍ତଗତ ହୋଇଛି ।
ମଧ୍ୟାହ୍ନ ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିରୋଧୀଙ୍କୁ ପଛରେ ପକାଇ ଏକ ପାଖିଆ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ତେବେ ୩୧୫ ଜୋନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟରୁ ୨୬୮ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି ।
ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।