ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି ।
ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ ଖାଇପିଇ ଘରେ ଶୋଇଥିଲେ । ସେହି ସମୟରେ ଦୁହିଁଙ୍କ ଘରେ ହଠାତ୍ ନିଆଁ ଲାଗିଯିବା ଫଳରେ ୨୮ ବର୍ଷୀୟ ବିଜୟ କୁଣ୍ଡିଙ୍ଗ ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ସ୍ଥିତିରେ ସୁଧାର ନଆସିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

