ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ବିଧାୟକ ଏମ. ଶ୍ରୀନିବାସ କଲେଜ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ, ବିତ୍ତ୍ୱଧାୟକ ଜଣକ ଆଇଟିଆଇ କଲେଜ ବୁଲିବାକୁ ଯାଇଥିଲେ ।
ସେଠାରେ କମ୍ପ୍ୟୁଟର ଲ୍ୟାବ୍ ବିଷୟରେ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ କରିଥିଲେ । ସନ୍ତୋଷଜନକ ଉତ୍ତର ନମିଳିବାରୁ ବିଧାୟକ ରାଗିଯାଇ ତାଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟତ ହୋଇଥିଲେ ।
ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ- ବିଧାୟକ ବାରମ୍ବାର ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରୁଛନ୍ତି । ତା’ପରେ ବି କେହି ତାଙ୍କୁ ଅଟକାଉନାହାନ୍ତି । ବରଂ ପ୍ରିନ୍ସିପାଲଙ୍କ ସହକର୍ମୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି । ମାଡ଼ ଖାଉଥିବା ପ୍ରିନ୍ସିପାଲ ମଧ୍ୟ କିଛି ପ୍ରତିବାଦ କରୁନାହାନ୍ତି । ନମ୍ର ହୋଇ ପରେ ଉତ୍ତର ରଖୁଛନ୍ତି । ଘଟଣା ସ୍ଥଳରେ କେହି ପ୍ରତିକ୍ରିୟାଶୀଳ ହେଉନଥିବା ଦେଖାଯାଇଛି ।