ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

Top Storise ଦେଶ- ବିଦେଶ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର।

ହରିୟାଣା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ଏକ ନୂତନ ଆଦେଶରେ କୁହାଯାଇଛି ଯେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *