ମାତିଛନ୍ତି ମନ୍ଦିର ଲୁଟେରା

Top Storise ରାଜ୍ୟ

ଗୁଣୁପୁର: ମନ୍ଦିରର ତାଲାଭାଙ୍ଗି ଲୁଟ୍ । ଗୁଣୁପୁର ସଦର ରେ ଥିବା ଗ୍ରାମଦେବୀ ମନ୍ଦିରୁ ଲୁଟ୍ ହୋଇଛି।କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକରେ ଥିବା ତାଲାଭାଙ୍ଗି ମା’ଙ୍କ ଦେହରେ ଲାଗି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ,ରୂପା ଅଳଙ୍କାରକୁ ଲୁଟିନେଇଛନ୍ତି। ଆଜି ସକାଳେ ପୂଜକ ପୂଜା କରିବାକୁ ଆସିବା ସମୟରେ ମା ଙ୍କ ଦେହରେ ଅଳଙ୍କାର ନଥିବା ଦେଖିଥିଲେ।

ପରେ ଗାଁ ଲୋକଙ୍କ ସହାୟତାରେ ଗୁଣୁପୁର ସଦର ଥାନା ପୋଲିସକୁ ଖବର ଦେଇଥିଲେ। ପରେ ସ୍ଥାନୀୟ ତହସିଲଦାର,ଏସ ଡି ପି ଓ ଏବଂ ଗୁଣୁପୁର ଥାନା ଅଧିକାରୀ ପହଁଚି ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପାଇଁ ସନ୍ଧାନୀ କୁକୁରକୁ ନିୟୋଜିତ କରାଯିବ ବୋଲି ଗୁଣୁପୁର ଏସ ଡି ପି ଓ ଅଜୟ ବାରିକ ସୂଚନା ଦେଇଛନ୍ତି।ଶୁବ୍ ଶିଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ସେ କହିଛନ୍ତିା

Leave a Reply

Your email address will not be published. Required fields are marked *