The mole on your body may reveal your secrets

ଶରିରର କେଉଁଠି କଳାଜାଇ ଥିଲେ ଭଲ, କେଉଁଠି ଖରାପ

Top Storise ଜୀବନଚର୍ଯ୍ୟା

ଅନେକ କୁହନ୍ତି ଆମ ଶରୀରରେ ଥିବା କଳାଜାଇ ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ। ତାହା ଭଲ ବି ହୋଇପାରେ ଆଉ ଖରାପ ବି। ଏହି କଳାଜାଇ ଆମ ଶରୀରର ଭିନ୍ନ ସ୍ଥାନରେ ରହିଥାଏ। ସମୟ ଓ ବୟସ ବଢିବା ସହ ଏହା ମଧ୍ୟ ବଦଳିଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୋଇଥାଏ।

ପାଦ ଗୋଇଠିରେ କଳାଜାଇ : ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ।

ଡାହାଣ ଗାଲରେ କଳାଜାଇ : ଯଦି ଆପଣଙ୍କ ଡାହାଣ ଗାଲରେ କେଉଁଠି ବି କଳାଜାଇ ଅଛି ତେବେ ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ ।

ଦୁଇ ଭୃଲତା ମଝିରେ କଳାଜାଇ : ଯେଉଁମାନଙ୍କର ଦୁଇ ଭୃଲତା ମଝିରେ କଳାଜାଇ ଥାଏ ତାହା ଶୁଭଙ୍କର ହୋଇଥାଏ । ସଫଳତା ମିଲିଥାଏ । ବିବାହ ପୂର୍ବରୁ ସେମାନଙ୍କୁ ଟିକିଏ ଭଲ ପାଇଂ ବି ଅଧିକ ପରିଶ୍ରମ କରିବାକୁ ହୋଇଥାଏ ।

ବାମ ପାପୁଲିରେ କଳାଜାଇ : ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ । ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇନଥାଏ । ତେବେ ଖର୍ଚ୍ଚ ରୋକିବାରେ ସମସ୍ୟା ହୋଇଥାଏ ।

ବାମ ଗୋଡରେ କାଳାଜାଇ : ଯେଉଁମାନଙ୍କର ବାମ ଗୋଡର ଯେକୌଣସି ଜାଗାରେ କଳାଜାଇ ଥାଏ ସେମାନଙ୍କର ଆକସ୍ମିକ ଭାବେ ଖର୍ଚ୍ଚ ହୋଇଥାଏ । କେତେ କଷ୍ଟରେ ଟଙ୍କା ସଞ୍ଚୟ କରନ୍ତି ସେଥିରେ କିଛି ଫରକ ପଡିନଥାଏ । ଶେଷରେ ଉପାର୍ଜିତ ଅର୍ଥ ଖର୍ଚ୍ଚ ହିଁ ହୋଇଯାଇଥାଏ ।

ହାତର ବିବାହ ରେଖାରେ କଳାଜାଇ : କାହାର କାହାର ବିବାହ ରେଖା କିମ୍ବା ତାର ପାଖାପାଖି ସ୍ଥାନରେ କଳାଜାଇ ଏବଂ ଲାଲଜାଇ ରହିଥାଏ । ଲାଲ୍ ଜାଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ସଫଳ ସଂପର୍କର ସଙ୍କେତ । ଯେଉଁଠି କଳାଜାଇ ତାର ବୀପରିତ ସଙ୍କେତ ଦେଇଥାଏ।

ବାମ ଗାଲରେ କଳାଜାଇ : ଯେଉଁମାନଙ୍କର ବାମ ଗାଲରେ କାଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି। ମାତ୍ର ସେମାନେ ଅର୍ଥ ସଞ୍ଚୟ କରିପାରିନଥାନ୍ତି।

ଓଠ ତଳେ କଳାଜାଇ : ଯେଉଁମାନଙ୍କର ଓଠର ତଳେ ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ରହିଥାଏ ।

ବିଶି ଆଙ୍ଗୁଠିରେ କଳାଜାଇ : ଯେଉଁମାନଙ୍କର ବିଶି ଆଙ୍ଗୁଠିର ଭିତର ଭାଗରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ । ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ ।

ପାପୁଲିର ଅଗ୍ରଭାଗରେ କଳାଜାଇ : ପାପୁଲିର ଅଗ୍ରଭାଗରେ କଳାଜାଇ ଥିଲେ ସେଥିରୁ ଜଣାଯାଏ ଯେ ଆପଣଙ୍କ ସମସ୍ୟା ସମୟରେ ହିଁ ଆପଣଙ୍କ ନିକଟରେ ଟଙ୍କାପଇସା ନଥାଏ । ଆପଣ ଯେତେ ଧନୀ ହୋଇଥିଲେ ମଧ୍ୟ ସବୁବେଳେ ଟଙ୍କାପଇସା ଅଭାବରୁ ମୁସ୍କିଲ ପରିସ୍ଥିତିରେ ଗତି କରିବାକୁ ପଡିବ ।

ବାମ ଭୃଲତାରେ କଳାଜାଇ : ଯେଉଁମାନଙ୍କର ଭୃଲତା ଭିତରେ କଳାଜାଇ କିମ୍ବା ଭୃଲତାର ଅଳ୍ପ ଉପରକୁ କଳାଜାଇ ଥାଏ ତେବେ ସେମାନେ ଶାରିରୀକ ସଂପର୍କ କ୍ଷେତ୍ରରେ ଦୁର୍ବଳ ହୁଅନ୍ତି । ମହତ୍ତ୍ବପୂର୍ଣ୍ଣ କାମ ପାଇଁ ସେମାନଙ୍କ ନିକଟରେ ଅର୍ଥ ସଙ୍କଟ ଦେଖାଦିଏ । ସେମାନେ ଖୁସି ପାଇଁ ପାଗଳ ଥାଆନ୍ତି । ଫଳରେ ଯେ କୌଣସି ସମୟରେ ଦେବାଳିଆ ହେବାର ଆଶଂକା ଥାଏ ।

ବାମ କାଖରେ କଳାଜାଇ : ଯେଉଁମାନଙ୍କର କାଖରେ କଳାଜାଇ ଥାଏ ସେମାନେ ସ୍ବାସ୍ଥ୍ୟ ପାଇଁ ସାବଧାନ ରହିବା ଜରୁରୀ । କାରଣ ସେମାନଙ୍କର ରୋଗ ଏବଂ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।

ନାକରେ କଳାଜାଇ : ଆପଣ ମଧ୍ୟ ଏକ ସୁଖୀ ଜୀବନର ଆନନ୍ଦ ଉଠାଇପାରିବେ ଏବଂ ଆପଣଙ୍କ ସମସ୍ତ ସ୍ବପ୍ନ ପୂରଣ କରିପାରିବେ । ମାତ୍ରା ଏହା ବିବାହ ପରେ ହିଁ ସମ୍ଭବ ହେବ । ଆପଣଙ୍କୁ କିଛି ବି ଜିନିଷ କରିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ।

Leave a Reply

Your email address will not be published. Required fields are marked *