ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ । ଅନ୍ୟ କୋଭିଡ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ପରିମାଣରେ ଫୁସଫୁସର ଟିସୁକୁ ସଂକ୍ରମିତ କରୁଛି । ତେବେ ଏହାର ଅର୍ଥ ନୁହେଁ ଯେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ବା ଅଧିକ ଭୟଙ୍କର ରୋଗ ସୃଷ୍ଟି କରିବ । ଏଭଳି କହିଛନ୍ତି କରୋନା ଭାଇରସ ଓ୍ବାର୍କିଂ ଗ୍ରୁପ ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା ।

ତାଙ୍କ ହିବା ଅନନୁସାରେ, ଡେଲଟା ପ୍ଲସ ଭାରିଆଣ୍ଟ ଠାବ ହେବା ପରଠୁ ଏହାକୁ ନେଇ ଗତ କିଛି ଦିନ ଧରି ବିଭିନ୍ନ ତଥ୍ୟ ପ୍ରକାଶ ପାଉଛି । ଏପରିକି ଏହା ଅନ୍ୟ ଭାରିଆଣ୍ଟଠାରୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୧୨ଟି ରାଜ୍ୟରେ ୫୧ଟି ଡେଲଟା ପ୍ଲସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ରହିଛନ୍ତି । ନ୍ୟାସନାଲ ଟେକନିକାଲ ଆଡଭାଇଜରି ଗ୍ରୁପ ଅନ ଇମୁନାଇଜେସନ ବା ଏନଟିଏଜିଆଇର ମୁଖ୍ୟ ଆହୁରି କହିଛନ୍ତି ଯେ, ଅନ୍ୟାନ୍ୟ ଷ୍ଟ୍ରେନ ଅପେକ୍ଷା ଏହି ଷ୍ଟ୍ରେନ ଫୁସଫୁସ ଲାଗି ଅଧିକ ବିପଦ ଆଣିଥାଏ । ଫୁସଫୁସର ମ୍ୟୁକୋସାଲ ଲାଇନିଂକୁ ଏହା ଅଧିକ କ୍ଷତି ପହଞ୍ଚାଇଥାଏ ବୋଲି ସେ କହିଛନ୍ତି । ତେଣୁ ଏହି ସଂକ୍ରମଣ ବ୍ୟାପିବା ପୂର୍ବବରୁ ଲୋକେ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *