ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

Top Storise ଦେଶ- ବିଦେଶ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଐତିହାସିକ ମାନବବିହୀନ ଉଡ଼ାଣ ମିଶନର ଶୁଭାରମ୍ଭକୁ ବାତିଲ କରାଯାଇଛି। ଟ୍ରପିକାଲ୍ ଷ୍ଟର୍ମ ଇଆନ୍ ସହିତ ଜଡିତ ପାଣିପାଗ ପୂର୍ବାନୁମାନ ଉପରେ ଦୃଷ୍ଟି ରଖାଇଛି। ସେପଟେ ଆମେରିକୀୟ ଗବେଷଣା ସଂସ୍ଥା ପରବର୍ତ୍ତୀ ଉତକ୍ଷେପଣ ବିଷୟରେ କୌଣସି ସଠିକ ସୂଚନା ଦେଇ ନାହିଁ।

ଫ୍ଲୋରିଡାର କେନେଡି ସ୍ପେଶ ସେଂଟରରୁ ସ୍ପେଶ ଲଂଚ ସିଷ୍ଟମ ରକେଟ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଟ୍ରପିକାଲ୍ ଷ୍ଟର୍ମ ଇଆନ୍ ଫ୍ଲୋରିଡା ଅଭିମୁଖେ ଗତି କରୁଛି ଏବଂ ସପ୍ତାହର ଅନ୍ତରେ ଏହି ଘୂର୍ଣ୍ଣିବଳୟ ଆହୁରି ତୀବ୍ର ହେବ ବୋଲି ଆଶଙ୍କା କରାଯାଉଛି। ଆର୍ଟିମିସ-୧ ର ଦଳ ଏହି ବିଶାଳ ସ୍ପେସ ଲଞ୍ଚ ସିଷ୍ଟମକୁ ହ୍ୱିକେଲ ଆସେମ୍ବଲି ବିଲ୍ଡିଂରେ ଫେରାଇ ଆଣିବ ନା ନାହିଁ ତାହା ରବିବାର ନିଷ୍ପତ୍ତି ନେବ।

କୁହାଯାଉଛି ଯେ ଯେଉଁ ଏସଏଲଏସ ରକେଟରୁ ମିଶନ ଲଞ୍ଚ କରାଯିବ ସେହି ରକେଟ୍ ଲଞ୍ଚ ପ୍ୟାଡର ବେଗ ଘଣ୍ଟା ପ୍ରତି ୧୩୭ କିଲୋମିଟର ରହିଛି। ଅକ୍ଟୋବର ୪ ତାରିଖରେ ଏହି ମିଶନ ଲଞ୍ଚ କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ଘୂର୍ଣ୍ଣିବଳୟ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ କୁହାଯାଉଛି ଯେ ଅକ୍ଟୋବର ୧୭ ରୁ ୩୧ ତାରିଖ ମଧ୍ୟରେ ମିଶନ ଲଞ୍ଚ କରିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *