ତିନି ଛୁଆଙ୍କୁ ଛାଡି ମା ଫେରାର

Top Storise ଦେଶ- ବିଦେଶ

ଭୁବନେଶ୍ୱର (ଧରଣୀ ବ୍ୟୁରୋ): ପ୍ରେମ ସବୁବେଳେ ଅମର । କେତେବେଳେ କାହା ସହିତ ହୁଏ କେଉଁଟି ହୁଏ କେହି ଜାଣେନା । ଆଉ ପ୍ରେମ ମାନେନା ବାଡ ମାନେନା ବତାସ । ଏପରିକି ପ୍ରେମିକ ପ୍ରେମିକା ପାଇଁ କୌଣସି ବୟସର ପରିସୀମା ମଧ୍ୟ ନଥାଏ । ଏପରି ଏକ ପ୍ରେମୀ ଯୁଗଳ ଦେଖିବାକୁ ମିଳିଛନ୍ତି ଉତ୍ତର ପ୍ରଦେଶର ଗୋରଖପୁର କ୍ୟାମ୍ପେରଗଞ୍ଜ ଅଞ୍ଚଳରେ । ଯାହା ଏବେ ସବୁଠି ଆଲୋଚନାର ବିଷୟ ପାଲଟିଯାଇଛି । ହଁ ଆଜ୍ଞା କଥାଟି କିଛି ଏମିତି ଯାହା ବିଶ୍ୱାସ ଯୋଗ୍ୟ ନୁହେଁ କିନ୍ତୁ ସତ୍ୟ ଘଟଣା । ଉତ୍ତରପ୍ରଦେଶର ଗୋରଖପୁରର କ୍ୟାମ୍ପେରଗଞ୍ଜ ଅଞ୍ଚଳରେ ଜଣେ ବିବାହିତା ମହିଳା ବାରମ୍ବାର ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ଭେଟୁଥିଲେ । ଏପରି ଭେଟ ଘାଟ ମଧ୍ୟରେ ଦୁହିଁଙ୍କୁ ପ୍ରେମ ହୋଇଯାଇଥିଲା । କେବଳ ପ୍ରେମ ନୁହଁ, ହୋଇଯାଇଥିଲା ଶାଶ୍ୱତ ପ୍ରେମ । ଏହି ପ୍ରେମକୁ ପାଇବା ପାଇଁ ଦୁହିଁଙ୍କୁ ଘର ଛାଡ଼ିବାପାଇଁ ପଡିଛି । ହଁ ଆଜ୍ଞା ଆପଣ ଠିକ ଶୁଣୁଛନ୍ତି । ଜଣେ ବିବାହିତା ମହିଳା ଯାହାଙ୍କର କି 3 ଟି ଛୁଆ ମଧ୍ୟ ରହିଛନ୍ତି ସେ ଜଣେ ସପ୍ତମ ଶ୍ରେଣୀ ପିଲା ସହ ନିଖୋଜ ହୋଇଯାଇଛନ୍ତି ।

ଗ୍ରାମବାସୀ କହିଛନ୍ତି ଯେ ଦୀର୍ଘ ଦିନ ଧରି ମହିଳା ଓ ଛାତ୍ର ପରସ୍ପରକୁ ଭେଟୁଥିଲେ । କିନ୍ତୁ କେହି କେବେ ଭାବି ନଥିଲେ ଯେ ଦୁହେଁ ଲୁଚି ଘର ଛାଡି ଚାଲିଯିବେ ବୋଲି । ୧୦ ମାର୍ଚ୍ଚ ରାତିରେ ଉଭୟ ହଠାତ୍ ନିଖୋଜ ହୋଇଗଲେ । ତିନି ଛୁଆର ମା ଏବଂ ସପ୍ତମ ଶ୍ରେଣୀର ଛାତ୍ର ଗାଁରୁ ନିଖୋଜ ହେବା ଖବର ଏକ ଅସନ୍ତୋଷ ସୃଷ୍ଟି କରିଥିଲା । ପୁଅର ପରିବାର ସଦସ୍ୟ କହିଛନ୍ତି ଯେ ଉଭୟଙ୍କ ସନ୍ଧାନରେ ସେମାନେ ଦିନରାତି ଏକ କରିଦେଇଥିଲେ । ତେବେ ବହୁ ଅନୁସନ୍ଧାନ ପରେ ମଧ୍ୟ ଯେତେବେଳେ ସେମାନେ ମିଳିଲେ ନାହିଁ ,ସେମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୁଅର ପରିବାର ଅଭିଯୋଗରେ ପୋଲିସ ମଧ୍ୟ ଗାଁକୁ ଯାଇଥିଲା । ତେବେ ପରିବାର ଏବଂ କିଛି ଗ୍ରାମବାସୀଙ୍କଠାରୁ ସୂଚନା ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସମୟରେ ଉଭୟଙ୍କ କୌଣସି ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *