କକନମଠ ମନ୍ଦିର ରହସ୍ୟ

Top Storise ରାଜ୍ୟ

ଭୁବନେଶ୍ୱର : ବହୁ ଉଚ୍ଚ ଓ ଭବ୍ୟ ମନ୍ଦିର। ବିନା ଚୂନ ସିମେଣ୍ଟରେ ତିଆରି ହୋଇଛି। ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିର ଗୋଟିଏ ରାତିରେ ତିଆରି ହୋଇଥିବା ଶୁଣିବାକୁ ମିଳେ। କୁହାଯାଏ ଏହା ଭାରତର ସବୁଠୁ ଶକ୍ତିଶାଳୀ ଓ ପୁରୁଣା ମନ୍ଦିର। ଭାରତର ସବୁଠୁ ବିଚତ୍ର ମନ୍ଦିର ହେଉଛି ମଧ୍ୟପ୍ରଦେଶର ସିହୋନିଆରେ ଥିବା କକନମଠ ମନ୍ଦିର। ଯାହାକୁ ଛୁଇଁବାକୁ ସାଧାରଣ ଲୋକ ତ ଦୂର କଥା ବୈଜ୍ଞାନିକ ବି ଡ଼ରନ୍ତି।

କହିବାକୁ ଗଲେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୂ ଏହି ମନ୍ଦିର ଅନ୍ୟତମ। ଏହାର ଆଖପାଖରେ ଥିବା ବହୁ ମନ୍ଦିର ନଷ୍ଟ ହୋଇଗଲାଣି। ହେଲେ ଏହି ମନ୍ଦିର କିନ୍ତୁ ଅକ୍ଷୁର୍ଣ୍ଣ ହୋଇ ରହିଛି। କିଛି ପଥର ଯୋଡା ହୋଇ ମନ୍ଦିର ତିଆରି ହୋଇଛି। ଯେଉଁ ପଥରରେ ମନ୍ଦିର ତିଆରି ହୋଇଛି ତାହା ଆଖପାଖ କୌଣସି ଠାରେ ମିଳେନି। ବଡ଼ରୁ ବଡ଼ ଝଡ଼ ବାତ୍ୟା ବି ହୋଇ ଚାଲିଗଲାଣି। ହେଲେ ବିନା ସିମେଣ୍ଟ ବାଲି ଓ ବିନା ଶ୍ରମିକରେ ତିଆରି ଏହି ମନ୍ଦିର ବହୁ ଶକ୍ତିଶାଳୀ।

ମନ୍ଦିରର ମଧ୍ୟ ଭାଗରେ ମହାଦେବଙ୍କ ଏକ ବିଶାଳ ମୂର୍ତ୍ତି ଓ ବିରାଟ ଶିବଲିଙ୍ଗ ରହିଛି। ଯେଉଁଠି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି। ୧୨୦ ଫୁଟ ଉଚ୍ଚତା ଥିବା ମନ୍ଦିରର ଗର୍ଭଗୃହ ଶହଶହ ବର୍ଷ ପରେ ବି ବେଶ୍ ସୁରକ୍ଷିତ। କୁହାଯାଏ ଏହି ମନ୍ଦିରରେ କିଛି ଚମତ୍କାରୀ ଅଦୃଶ୍ୟ ଶକ୍ତି ରହିଛି।

ଏନେଇ ଲୋକକଥା ରହିଛି ମନ୍ଦିର ଆଖପାଖରେ ଥିବା ପଥର ନେବାକୁ ପ୍ରୟାସ କରିଲେ ବହୁ ଭୟଙ୍କର ପରିସ୍ଥିତି ସାମନା କରିବାକୁ ପଡଥାଏ । ପଥର ନେବାକୁ ପ୍ରୟାସ କରିବା ମାତ୍ରେ ମନ୍ଦିର ଦୋହଲିବାକୁ ଲାଗିଥାଏ।

ଯାହାକୁ ନେଇ ଲୋକ ଭୟଭୀତ ହୋଇପଡ଼ନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଶହଶହ ବର୍ଷର ଏହି ପୁରୁଣା ମନ୍ଦିର ନେଇ କୌଣସି ଚର୍ଚ୍ଚା କରିବାର ସାହସ କରିନାହନ୍ତି। ମନ୍ଦିରରେ ଏଯାଏଁ କେହି ପୂଜାରୀ ବି ନାହାନ୍ତି। ସଂଜ ନଇଁଗଲା ପରେ ବି ଆଖପାଖର କୌଣସି ଲୋକ ଏଠାରେ ରହିବାକୁ ସାହସ କରିପାରନ୍ତିନି। ସତରେ କଣ ସଂଧ୍ୟା ହେଲେ ଏଠି ଭୟର ବାତାବରଣ ଦେଖିବାକୁ ମିଳେ।

ସତରେ ଏହି ମନ୍ଦିର କଣ ଗୋଟିଏ ରାତିରେ ତିଆରି ହୋଇଥିଲା । ଆଉ ସଂଜ ନଇଁଲେ ଏଠାରେ ଭୂତପ୍ରେତଙ୍କ ରାଜ୍ ଚାଲେ

କଣ ରହିଛି ମନ୍ଦିର ରହସ୍ୟ। କଣ ପାଇଁ ଏହି ମନ୍ଦିର ପ୍ରତି ଲୋକଙ୍କ ମନରେ ବହୁତ ଡ଼ର। ଏନେଇ କିନ୍ତୁ ଆଯାଯାଏ କାହା ପାଖରେ ଉତ୍ତର ନାହିଁ। .ମନ୍ଦିରର ସମସ୍ତ ରହସ୍ୟ ରହସ୍ୟ ହୋଇ ରହିଯାଇଛି।

Leave a Reply

Your email address will not be published. Required fields are marked *